ମମତା ବାନାର୍ଜୀଙ୍କ ସରକାର ସମୟରେ ରାଜ୍ୟରେ ୬୩୫ କୋଟି ଟଙ୍କାର ବିଜ୍ଞାପନ ଦୁର୍ନୀତି ହୋଇଛି: ଶୁଭେନ୍ଦୁ ଅଧିକାରୀ
କଲକାତା: ମମତା ବାନାର୍ଜୀଙ୍କ ସରକାର ସମୟରେ ରାଜ୍ୟରେ ୬୩୫ କୋଟି ଟଙ୍କାର ବିଜ୍ଞାପନ ଦୁର୍ନୀତି ହୋଇଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ମମତାଙ୍କ ନେତୃତ୍ବାଧୀନ ଟିଏମସି ସରକାର ଶେଷ ଅବଧିର କିଛି ବର୍ଷ ମଧ୍ୟରେ ଏହି ଦୁର୍ନୀତି କରିଛନ୍ତି। ଏହି ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ତଦନ୍ତ ପାଇଁ ସୁପାରିସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାରଣ ଏହା ପଛରେ ବଡ ଧରଣର ଅର୍ଥ ହେରଫେର ହୋଇଥିବା ଆଶଙ୍କା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ୩ଟି ବ୍ୟାଙ୍କ ଆକାଉଣ୍ଟକୁ ୨୦ଟି ଟ୍ରାଞ୍ଜାକସନ୍ ମାଧ୍ୟମରେ ୬୩୫ କୋଟି ଟଙ୍କାର ବିଜ୍ଞାପନ ବାବଦ ଅର୍ଥ ଦିଆଯାଇଛି। ଆଉ ଏହି ସମସ୍ତ ଅର୍ଥ କଲକାତାର ଜେନେସିସ୍ ଆଡଭର୍ଟାଇଜିଂ ପ୍ରାଇଭେଟ୍ ଲିମିଟେଡକୁ ପ୍ରଦାନ କରାଯାଇଛି। ଏପରି କି ଗୋଟିଏ ଟ୍ରାଞ୍ଜାକସନରେ ସର୍ବାଧିକ ୫୦୩ କୋଟି ଟଙ୍କା ପ୍ରଦାନ କରାଯାଇଛି।
Powered by Froala Editor