ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା
ନୂଆଦିଲ୍ଲୀ: ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ। ୨୧ ଜଣ ସୁରକ୍ଷିତ ଉଦ୍ଧାର ହେଲେ ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର କରିଛି ବୈଦେଶିକ ମନ୍ତ୍ରାଳୟ। ଆକ୍ରମଣକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଓମାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ରଖିବା ସହ ଭାରତୀୟଙ୍କ ସନ୍ଧାନ ଲାଗି ରେସକ୍ୟୁ କାମରେ ସକ୍ରିୟ ଭାରେ କାମ ଜାରି ରଖିଛନ୍ତି।
ଅନ୍ୟପଟେ ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ପାର ହେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା ଜାହାଜ ଏମଭି ମାରିଭାକ। ହମଲା ପରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ନିର୍ଗତ ହେଉଥିଲା। ତୁରନ୍ତ ରେସକ୍ୟୁ ପାଇଁ ଭାରତୀୟ ନୌସେନାକୁ ଜାହାଜରୁ ଆଲର୍ଟ ଆସିଥିଲା। ଜାହାଜରେ ଫସି ରହିଥିବା ଲୋକମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା। ହେଲେ ଏବେ ବି ୩ ଜଣ ଭାରତୀୟ ନିଖୋଜ ଅଛନ୍ତି।
Powered by Froala Editor