ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା
କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ, ଅନ୍ୟ ଦୁଇ ପ୍ରମୁଖ ଟିଏମସି ରାଜ୍ୟସଭା ସାଂସଦ, ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ୩ ପ୍ରମୁଖ ଇସ୍ତଫା ରାଜ୍ୟସଭାରେ ତୃଣମୂଳ କଂଗ୍ରେସର ଶକ୍ତିକୁ ଯଥେଷ୍ଟ ହ୍ରାସ କରିଛି। ଆଜି ବାରାଇକଙ୍କ ଇସ୍ତଫା ସହିତ ଉଚ୍ଚ ସଦନରେ ଟିଏମସି ସାଂସଦଙ୍କ ସଂଖ୍ୟା ଏବେ ୧୦କୁ ହ୍ରାସ ପାଇଛି।
ବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି।
Powered by Froala Editor