ଭୁବନେଶ୍ୱରରେ ଗୋଟିଏ ଟ୍ରାକ୍ ରେ ୨ଟି ଟ୍ରେନ୍ ମୁହାଁମୁହିଁ
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣରୁ ବର୍ତ୍ତିଲା ଦୁଇଟି ଟ୍ରେନ୍। ଗୋଟିଏ ଟ୍ରାକ୍ ରେ ୨ଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ଝାରପଡା ବ୍ରିଜ୍ ନିକଟରେ ଏଭଳି ଅଘଟଣ ଘଟିଛି। ଭୁବନେଶ୍ୱରରେ ମୁହାଁମୁହିଁ ହୋଇଛି ୨ଟି ଟ୍ରେନ୍। ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନ ଆସୁଥିବା ବେଳେ ଅନ୍ୟଟି ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିଲା। ଟ୍ରେନ୍ ଟି ସଫେଇ ପାଇଁ ଯାଉଥିବା ବେଳେ ଟ୍ରେନ୍ ରେ କେହି ଯାତ୍ରୀ ନଥିଲେ। ଉଭୟ ଟ୍ରେନ୍ ର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି।
Powered by Froala Editor