‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା
ଓଡିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ‘ମେହେର ମୁଣ୍ଡା’ ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଛି। ଓଡିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅନୁମୋଦନ କରିଛନ୍ତି ।
Powered by Froala Editor