ସରେଣ୍ଡର କଲେ ଖାନ୍ ସାର
ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ କରିଛନ୍ତି। କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ମୁଣ୍ଡରେ ଗିରଫଦାରୀ ଭୟ ଝୁଲୁଛି । ପାଟନା ପୁଲିସ ତାଙ୍କୁ କ୍ରମାଗତ ଭାବେ ଖୋଜୁଥିବା ବେଳେ ଶୁକ୍ରବାର ସାରା ରାତି ପୁଲିସ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, ହେଲେ ଖାନ୍ ସାର୍ଙ୍କର କୌଣସି ପତ୍ତା ମିଳିନଥିଲା । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି।
ତାଙ୍କ ବିରୋଧରେ ଆର୍ମସ ଆକ୍ଟ (Arms Act) ଅଧୀନରେ ମାମଲା ରୁଜୁ କରାଯାଇଛି। ଗୁଳିଚାଳନା ମାମଲାରେ ପୋଲିସ ଦୀର୍ଘ ସମୟ ହେବ ତାଙ୍କୁ ଖୋଜୁଥିଲା। ଖାନ ସାର୍ ନିଜ ବଡିଗାର୍ଡ (ସୁରକ୍ଷାକର୍ମୀ) ମାନଙ୍କୁ କହି ଗୁଳିଚାଳନା କରାଇଥିବା ନେଇ ଅଭିଯୋଗ ହୋଇଛି।
ଏହି ମାମଲାରେ ପୋଲିସ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ପୂର୍ୱରୁ ହିଁ ଗିରଫ କରି ଜେଲ ପଠାଇ ସାରିଛି। ଅନ୍ୟପଟେ ଖାନ ସାରଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଅନେକ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଗତ ଶୁକ୍ରବାର ରାତିରେ ପୋଲିସ ଟିମ ତାଙ୍କୁ ଗିରଫ କରିବା ପାଇଁ କୋଚିଂ ସେଣ୍ଟରରେ ପହଞ୍ଚିଥିଲା, କିନ୍ତୁ ସେଠାରେ ଖାନ ସାର୍ ନଥିଲେ।
ଏହି ସମୟରେ ପୋଲିସକୁ ସେଠାରେ ଉପସ୍ଥିତ ଥିବା ଛାତ୍ରମାନଙ୍କ ପ୍ରବଳ ଭିଡ଼ର ସାମ୍ନା କରିବାକୁ ପଡ଼ିଥିଲା। ଛାତ୍ରମାନେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଜୋରଦାର ବିରୋଧ କରିଥିଲେ।
Powered by Froala Editor