୧୦ ରୁ ୧୨ ସୁଦ୍ଧା ଉପକୂଳ ଓଡ଼ିଶା ଛୁଇଁବ ମୌସୁମି
ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍ ଏବଂ ତାମିଲନାଡୁର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି। ଏନେଇ ବୁଧବାର ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ମୌସୁମି ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶକୁ ଅଗ୍ରସର ହେବ। ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ, ଉତ୍ତର-ପୂର୍ବ ବଙ୍ଗୋପସାଗର କେତେକ ଅଞ୍ଚଳକୁ ମୌସୁମି ପ୍ରବେଶ କରିପାରେ। ଆସନ୍ତା ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ିଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଦକ୍ଷିଣ, ଉପକୂଳର କିଛି ଜିଲାକୁ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଜୁନ୍ ୧୦ରୁ ୧୨ ସୁଦ୍ଧା ଉପକୂଳ ଓଡ଼ିଶାରେ ମୌସୁମି ଛୁଇଁପାରେ। ପରେ ବର୍ଷା ବଢ଼ିବ। ଦକ୍ଷିଣ-ପଶ୍ଚିମ ପବନ ଶକ୍ତିଶାଳୀ ହେବ ଏବଂ ଲଗାତାର ମେଘୁଆ ପାଗ ରହିବ। ଜୁନ୍ ୧୫ ପରେ ନିୟମିତ ବର୍ଷା ଜାରି ରହିବ।
Powered by Froala Editor