ଜୟନାରାୟଣ ମିଶ୍ରଙ୍କ ଘରେ ଭୋଟର ତାଲିକା ଯାଞ୍ଚ
ସମ୍ବଲପୁର : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶାରେ ଭୋଟର ତାଲିକା ଗୁଡିକର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଅଭିଯାନ ଜାରି ରହିଛି। ଏଣୁ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନେ ଘରକୁ ଘର ବୁଲି ଏସଆଇଆର କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ଗୁରୁବାର ସକାଳ ସମୟରେ ଉପ ଜିଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଡେପୁଟି କଲେକ୍ଟର ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ୱରେ ବିଏଲଓ ଏବଂ ଅନ୍ୟ କର୍ମଚାରୀ ମାନେ ସ୍ଥାନୀୟ ନନ୍ଦପଡା ଅଞ୍ଚଳରେ ଏସଆଇଆର କାର୍ଯ୍ୟକାରୀ କରିବା ସମୟରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଘରକୁ ଯାଇ ସ୍ୱତନ୍ତ୍ର ସଂଘନ ସଂଶୋଧନ ଅଭିଯାନରେ ତାଙ୍କର ଓ ପରିବାରର ଭୋଟର ତାଲିକା ସହିତ ସମସ୍ତ ସୁଚନା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଏସଆଇଆର ସମ୍ପର୍କରେ ସଚେତନ କରିବା ସହିତ ପରିଗଣନା ଫର୍ମ ମଧ୍ୟ ପୁରଣ କରି ଗ୍ରହଣ କରିଥିଲେ।
Powered by Froala Editor