ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର
ଦିଲ୍ଲୀ ମାଲବିୟ ନଗର ଅଗ୍ନିକାଣ୍ଡ ଘଟଣାରେ ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଗୁରୁଗ୍ରାମର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ ତାଙ୍କ ପରିବାରର ୮ ଜଣ ସଦସ୍ୟଙ୍କ ଜୀବନ ଯାଇଛି।
ଗୁରୁଗ୍ରାମର ସେକ୍ଟର ୪୬ରେ ରହୁଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ବିବେକ ଅଗ୍ରୱାଲ, ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ବାପାଙ୍କୁ ଦେଖା କରିବା ପାଇଁ ଦିଲ୍ଲୀ ଆସିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ଅନ୍ୟ ଚାରି ଜଣ ସମ୍ପର୍କୀୟ ଥିଲେ। ଏମାନେ ବିବେକ 'ଫ୍ଲୋରିସ୍ ଷ୍ଟେ' ବେଡ୍-ଏଣ୍ଡ-ବ୍ରେକଫାଷ୍ଟ ହୋଟେଲରେ ଦୁଇଟି ରୁମ୍ ବୁକ୍ କରିଥିଲେ। ନିଆଁ ଲାଗିବା ସମୟରେ ପରିବାରର ସବୁ ସଦସ୍ୟ ମିଶି ହୋଟେଲ ରେଷ୍ଟୁରାଣ୍ଟରେ ଜଳଖିଆ ଖାଉଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ତାଙ୍କ ପରିବାର କହିଲେ କେବଳ ମେଡିକାଲରେ ଚିକିତ୍ସାଧୀନ ଥିବା ବିବେକଙ୍କ ବାପା ୮୦ ବର୍ଷ ବୟସ୍କ ବୃଦ୍ଧ ହିଁ ଜୀବତ ଅଛନ୍ତି।
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଥିବା ଏକ ୬ ମହଲା ହୋଟେଲ ଫ୍ଲେରିଶ ଷ୍ଟେରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିଯୋଗୁଁ ବିଲ୍ଡିଂଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଆକାଉଣ୍ଟାଣ୍ଟଙ୍କ ପରିବାରର ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ୧୦ ଭାରତୀୟ ଏବଂ ୧୧ ଜଣ ବିଦେଶୀ ନାଗରିକ ଥିଲେ । କିଛି ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।
Powered by Froala Editor