ପିଠି ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି
ଆଜିକାଲି ପ୍ରାୟ ସବୁ ବୟସର ଲୋକଙ୍କ ଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଉଛି । ଏହାର କାରଣ ଭିନ ଭନ୍ନ ରହିଛି । ବିଶେଷ କରି ଡେସ୍କରେ ଜବ କରୁଥିବା ବ୍ୟକ୍ତିମାନେ ଗୋଟିଏ ଜାଗାରେ ଅଧିକ ସମୟ ବସି କାମ କରୁଥିବାରୁ ଏହି ସମସ୍ୟା ଉପୁଜିଥାଏ । କିନ୍ତୁ ଏପରି କିଛି ଉପାୟ ଅଛି ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଅଣ୍ଟା ଓ ବେକ ବିନ୍ଧାର ପ୍ରମୁଖ କାରଣ ହେଉଛି ବସିବା ଶୈଳୀ । ତେଣୁ ଅଫିସ ହେଉ କିମ୍ବା ଘର, କମ୍ପୁ୍ୟଟର ସାମ୍ନାରେ ବସିବା ବେଳେ ନିଜର ବସିବା ଉପରେ ଧ୍ୟାନ ଦିଅନ୍ତୁ । ଅନେକ ସମୟରେ ଦେଖାଯାଏ ଆରାମ ଲାଗିବା ପାଇଁ ଅନେକ ବ୍ୟକ୍ତି ଜାକି ହୋଇ ବସିଥାନ୍ତି । ଏହିପରି ବସିବା ଦ୍ୱାରା ମେରୁଦଣ୍ଡ ଉପରେ ଚାପ ପଡିଥାଏ । ତେଣୁ ସର୍ବଦା କାମ କଲାବେଳେ ପିଠିକୁ ସିଧା କରି ବସନ୍ତୁ । ଗୋଡ ଯେପରି ସିଧା ତଳେ ଲାଗୁଥିବ । ଅନେକ ସମୟରେ କାମ କଲା ବେଳେ ଅସହ୍ୟ ପିଠି ଯନ୍ତ୍ରଣା ହୋଇଥାଏ, ଏପରି ସ୍ଥଳେ ଚେୟାର ମଧ୍ୟ କେତେକାଂଶରେ ଦାୟୀ ହୋଇଥାଏ । ତେଣୁ ସର୍ବଦା ପିଠିକୁ ସିଧା ରଖିବା ପାଇଁ ଚେୟାରରେ ତକିଆ ରଖିପାରିବେ । ଡେସ୍କଟପ୍ କିମ୍ବା ଲ୍ୟାପଟପକୁ ସର୍ବଦା ଆଖି ସହ ସମାନ୍ତରାଳ ଭାବେ ରଖନ୍ତୁ । ଅଧିକ ଉଚ୍ଚା କିମ୍ବା ଅଧିକ ତଳକୁ ରଖନ୍ତୁ ନାହିଁ । ଦୀର୍ଘ ସମୟ ଧରି ନବସି ମଝିରେ ମଝିରେ ଉଠି ଚଲାବୁଲା କରନ୍ତୁ । ଏହାଦ୍ୱାରା ଆରାମ ମିଳିବା ସହିତ ଶରୀରରେ ରକ୍ତସଞ୍ଚାଳନ ଠିକ ହୋଇଥାଏ । ଯଦି ପଠି ଯନ୍ତ୍ରଣା ଅଧିକ ହେଉଛି, ତେବେ ବାରମ୍ବାର ପେନକିଲର ଖାଇ ଏହାକୁ କମାଇବାକୁ ଚେଷ୍ଠା କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ପ୍ରତିଦିନ ଯୋଗାଭ୍ୟାସ ଓ ବ୍ୟାମ ଆଦି କରନ୍ତୁ ।
Powered by Froala Editor