ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ପରଲୋକ
କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ପରଲୋକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କର ପରଲୋକ ହୋଇଯାଇଛି। ଦୀନବନ୍ଧୁ ଭୁବନେଶ୍ୱରର ଲୋୟର ପିଏମଜିରେ ସରକାରୀ ବାସଭବନରେ ରହୁଥିଲେ।
ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଦୀନବନ୍ଧୁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ରାଇକଳା ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ରାଇକଳାରେ ପହଞ୍ଚି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଛନ୍ତି।
Powered by Froala Editor