SAGO କ୍ଲବ୍ କୁ ସିଲ୍ କଲା ପ୍ରଶାସନ
ଲୋକପ୍ରିୟ ରାପର ବାଦଶାହଙ୍କ ଚଣ୍ଡିଗଡ଼ ସ୍ଥିତ ଏକ କ୍ଲବ୍ କୁ ପ୍ରଶାସନ ସିଲ୍ କରିଛି। ତାଙ୍କର ଏହି କ୍ଲବର ନାଁ SAGO By Badshah । ବାଦଶାହଙ୍କ ଏହି କ୍ଲବ୍ ଚଣ୍ଡିଗଡ଼ର ସେକ୍ଟର -୨୬ରେ ରହିଛି। ତାଙ୍କ କ୍ଲବର ବିଲ୍ଡିଂକୁ ନେଇ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା, ଯାହା ପରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ପୁଲିସ ସୂଚନା ମୁତାବିକ, ପ୍ରଶାସନକୁ ଉକ୍ତ କ୍ଲବରେ ଖୁବ୍ ତ୍ରୁଟି ଦେଖିବାକୁ ମିଳିଥିଲା। ହେଲେ ଆହୁରି ଦୁଇରୁ ତିନୋଟି ଡିସ୍କୋକୁ ନୋଟିସ୍ ପଠାଯାଇ ଥିଲା। ବର୍ତ୍ତମାନ ପୁଲିସ ମୁତାବିକ, ପ୍ରଶାସନର ନିର୍ଦ୍ଦେଶରେ ଏହାକୁ ସିଲ୍ କରି ଦିଆ ଯାଇଛି।
ଚଣ୍ଡିଗଡ଼ରେ ନିୟମ ଗୁଡ଼ିକୁ ଅଣଦେଖା କରି ଚଲାଯାଉ ଥିବା କ୍ଲବ-ଡିସ୍କୋରେ ପ୍ରଶାସନ ନିରନ୍ତର ଆକ୍ସନ ନେଉଛି। କିଛି ଦିନ ପୂର୍ବେ ମଧ୍ୟ ଚଣ୍ଡିଗଡ଼ ପ୍ରଶାସନ ସେକ୍ଟର -୨୬ର ହିଁ ଦୁଇରୁ ତିନୋଟି ଡିସ୍କୋକୁ ଭବନ ନିୟମର ଉଲ୍ଲଙ୍ଘନ ଯୋଗୁ ସିଲ୍ କରି ଥିଲା। ଏବେ ବାଦଶାହଙ୍କ କ୍ଲବ୍ ପ୍ରଶାସନର ରାଡାରକୁ ଆସିଛି। ବାଦଶାହଙ୍କ ଏହି କ୍ଲବକୁ ପ୍ରଶାସନ କିଛି ଦିନ ପୂର୍ବେ ନୋଟିସ୍ ଜାରି କରିଥିଲା ଏବଂ ନିୟମ ଗୁଡ଼ିକର ଉଲ୍ଲଂଘନ ଅଭିଯୋଗକୁ ନେଇ ଉତ୍ତର ମଗା ଯାଇଥିଲା ,ହେଲେ ସନ୍ତୋଷଜନକ ଉତ୍ତର ନମିଳିବାରୁ କ୍ଲବକୁ ସିଲ୍ କରି ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ଚଣ୍ଡିଗଡ଼ ପ୍ରଶାସନର ଇନଫୋର୍ସମେଣ୍ଟ ୱିଙ୍ଗ୍ କରିଛି।
Powered by Froala Editor