ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ
ଭୁବନେଶ୍ୱର: ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ । ତେବେ ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦୁଇ ଜିଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ। ଦୁଇ ଦିନ ପରେ ପାଗ ବଦଳିବ। ଆଗାମୀ ୪ ଦିନରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସୂଚନା ମିଳିଛି।
Powered by Froala Editor