ମା' ହେଲା ଜିନ୍ନତ, ୪ଟି ଛୁଆ କ୍ୟାମେରାରେ ଟ୍ରାପ
ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ଗତ ୨୮ ତାରିଖରେ ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ ଦେଇଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଖୁସି ବ୍ୟକ୍ତ କରିଛନ୍ତି। ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ ହୋଇଛି।
ସୂଚନାଯୋଗ୍ୟ, ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା। ବାଘୁଣୀ ଜିନ୍ନତ ବନ୍ଦୀମୁକ୍ତ ହେବା ପରେ ଶିମିଳିପାଳର ରାଜା ଟି-୧୨ ମହାବଳ କଳାବାଘ ସହ ଭେଟଘାଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ସାଙ୍ଗ ହୋଇ ଜଙ୍ଗଲ ସାରା ବୁଲୁଥିଲେ । ଏହା ଭିତରେ ଗର୍ଭବତୀ ଥିବା ଜିନ୍ନତ ମା ହୋଇଛି। ଜିନ୍ନତ ନୂଆ ଶାବକକୁ ଜନ୍ମ ଦେଇଥିବାରୁ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ହୋଇଛି । ଚାରୋଟି ବାଘ ଛୁଆ ସୁସ୍ଥ ଅଛନ୍ତି। ଶିମିଳିପାଳରେ ବର୍ତ୍ତମାନ ୪୦ ଟି ବାଘ ଅଛି। ଏବେ ଚାରି ନୂଆ ବାଘ ଛୁଆ ଯୋଡ଼ି ହେଲେ। ମା' ଜିନ୍ନତ ଗୋଟିଏ ଛୁଆକୁ ପାଟିରେ ଧରି ଯାଉଥିବାର ଫଟୋ ସାମ୍ନାକୁ ଆସିଛି।
Powered by Froala Editor