ବିପୁଳ ପରିମାଣର ଗଞ୍ଜେଇ ଜବତ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ବଡ଼ ସଫଳତା। ଚାଲାଣ ପୂର୍ବରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ଏକ ଟନ ଗଞ୍ଜେଇକୁ ଜବତ କରାଯାଇଛି। ଏହି ଗଞ୍ଜେଇ କାହାର ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।ଚଳିତ ମାସ ୨୯ ତାରିଖ ରାତିରେ ଚିତ୍ରକୋଣ୍ଡା ପୋଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଯେ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠବେଡା ପଞ୍ଚାୟତର ଆରଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଛି।
ଖବର ପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ପରିମାଣ ପ୍ରାୟ ଏକ ଟନ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
Powered by Froala Editor