ବିଏଲଓଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି
ଭୁବନେଶ୍ଵର: ରାଜ୍ୟରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ଆସନ୍ତାକାଲିଠାରୁ ଏସଆଇଆର (ସ୍ପେସିଆଲ୍ ଇଣ୍ଟେନସିଭ୍ ରିଭିଜନ୍) ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ (BLO) ସୁରକ୍ଷା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି।
ନିର୍ଦ୍ଦେଶାନୁସାରେ, ସକାଳ ୬ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରାଯିବ। ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତୀବ୍ର ତାତି କାରଣରୁ କୌଣସି ଫିଲ୍ଡ କାର୍ଯ୍ୟ ନ କରିବାକୁ କୁହାଯାଇଛି। କର୍ତ୍ତବ୍ୟ ସମୟରେ ବିଏଲଓମାନେ କୌଣସି ଅପ୍ରୀତିକର ପରିସ୍ଥିତିରେ ପଡିଲେ ସତ୍ୱର ସୁରକ୍ଷା ଯୋଗାଇବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଓ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ୩୦ ମଇରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଏଥିରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡିବ। ବିଏଲଓମାନେ ଏହି ସମୟରେ ଭୋଟରଙ୍କ ତଥ୍ୟ ଯାଞ୍ଚ କରି ସାମାନ୍ୟ ତ୍ରୁଟି ସଂଶୋଧନ ମଧ୍ୟ କରିବେ।
Powered by Froala Editor