Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ...

  • ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ...

  • ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ...

  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ...

  • ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ...

  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ...

  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ...

  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ...

  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ ...

  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ...

Home ›› ››ମହିଳାଙ୍କ ଶୌଚାଳୟରେ ଲାଗିଛି ସ୍ପାଏ କ୍ୟାମେରା, ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ

ମହିଳାଙ୍କ ଶୌଚାଳୟରେ ଲାଗିଛି ସ୍ପାଏ କ୍ୟାମେରା, ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ

2026-05-29 08:05:52
13816
Share:
Facebook
Twitter
E-Mail
WhatsApp
Telegram
ମହିଳାଙ୍କ ଶୌଚାଳୟରେ ଲାଗିଛି ସ୍ପାଏ କ୍ୟାମେରା, ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ

ଜଗତସିଂହପୁର : ଜଗତସିଂହପୁର ସଁଅରା ଛକ ନିକଟରେ ଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡ଼ିଆର୍‌ଡ଼ିଏ)ର ମହିଳାଙ୍କ ଶୌଚାଳୟରେ ସ୍ପାଏ କ୍ୟାମେରା ମିଳିବା ପରେ ଜିଲା ପୁଲିସ ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ତିର୍ତ୍ତୋଲ ପୁଲିସ, ସାଇବର ପୁଲିସ ଓ ସାଇଣ୍ଟିଫିକ ଟିମ କ୍ୟାମେରା କେବେଠାରୁ ଲାଗିଥିଲା, କ’ଣ ରେକର୍ଡ଼ିଂ ହୋଇଛି ଓ କିଏ କ୍ୟାମେରା ଲଗାଇ ରେକର୍ଡ଼ିଂ ନେଇଛି ତା’ର ତନାଘନା ଚଳାଇଛି। ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) କାର୍ଯ୍ୟାଳୟର ପ୍ରଥମ ମହଲାରେ ଥିବା ମହିଳାଙ୍କ ଶୌଚାଳୟରେ ୨ଦିନ ତଳେ ଜଣେ ମହିଳା କର୍ମଚାରୀ ଏକ କ୍ୟାମେରା ପଡ଼ିଥିବା ଦେଖିଥିଲେ। କ୍ୟାମେରାଟି ଶୌଚାଳୟର ବେସିନ୍‌ ତଳେ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି। କ୍ୟାମେରାରେ କୌଣସି ତାର ସଂଯୋଗ ନଥିଲା। ବ୍ୟାଟେରି ଦ୍ୱାରା ପରିଚାଳିତ ଏହି କ୍ୟାମେରା ମିଳିବା ସମୟରେ ଏକ ନୀଳ ରଙ୍ଗର ଲାଇଟ ଜଳୁଥିଲା। ବ୍ୟାଟେରି ଚାଳିତ ସ୍ପାଏ କ୍ୟାମେରା ସର୍ବାଧିକ ୪୮ଘଣ୍ଟା ଚାଲିପାରିବ ତେଣୁ ତାହା ଗତ ରବିବାର କିମ୍ବା ସୋମବାର ଲଗାଯାଇଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ଏହି ଶୌଚାଳୟକୁ କାର୍ଯ୍ୟାଳୟର ବହୁ ମହିଳା କର୍ମଚାରୀ ବ୍ୟବହାର କରନ୍ତି। କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ବ୍ଲକର ମହିଳା କର୍ମଚାରୀ, ସରପଞ୍ଚ, ବ୍ଲକ ଅଧ୍ୟକ୍ଷା ଓ ଜିଲାପରିଷଦ ସଭ୍ୟା ମଧ୍ୟ ବ୍ୟବହାର କରନ୍ତି। ଏବେ କ୍ୟାମେରା ଲଗାଇଥିବା ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ତାକୁ କେବେ ଲଗାଇ ଥାଇପାରେ ଓ ମଝିରେ ମଝିରେ ବ୍ୟାଟେରି ରିଚାର୍ଜ କରୁଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ମହିଳାଙ୍କ ଶୌଚାଳୟକୁ ଯାଇ ବାହାର ଲୋକ କ୍ୟାମେରା ଲଗାଇବା ସମ୍ଭବ କଥା ନୁହେଁ। ତେଣୁ ଏଥିରେ କାର୍ଯ୍ୟାଳୟର କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ମହିଳା କର୍ମଚାରୀ ଜଣକ କ୍ୟାମେରା ପାଇବା ପରେ ଅନ୍ୟ କର୍ମଚାରୀଙ୍କୁ ନେଇ ଦେଖାଇଥିଲେ। ପରେ ଡିଆରଡିଏର ଅତିରିକ୍ତ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏ ନେଇ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯିବା ପରେ ତିର୍ତ୍ତୋଲ ପୁଲିସ ସହ ସାଇବର ଥାନା ଓ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଛନ୍ତି; ମାତ୍ର ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇପାରି ନାହିଁ। ସାଇବର ପୁଲିସ ଏହି କ୍ୟାମେରା କେବେ ଠାରୁ ବ୍ୟବହାର ହୋଇଛି, ଏହା କେଉଁ ମୋବାଇଲ ସହ ବ୍ଲୁଟୁଥ୍‌ ମାଧ୍ୟମରେ ସଂଯୋଗ ଥିଲା କି ନାହିଁ, ପୂର୍ବରୁ ଡାଟା ଟ୍ରାନ୍ସଫର ହୋଇଛି କି ନାହିଁ ତାର ତର୍ଜମା ଚଳାଇଛି। କ୍ୟାମେରା ଲଗାଇଥିବା ଅଭିଯୁକ୍ତର ମଧ୍ୟ ରେକର୍ଡ଼ିଂ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

Powered by Froala Editor

Tags Spy camera

Related articles Odisha News Lens 4.1

  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

    14776
    May 28, 2026
  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ଶାଶୁ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ଶାଶୁ

    15770
    May 28, 2026
  • ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ କଲା ଇରାନ
    ଦେଶ-ଦେଶାନ୍ତର

    ହରମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ କଲା ଇରାନ

    15342
    May 29, 2026
  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌
    ଦେଶ-ଦେଶାନ୍ତର

    ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

    13802
    May 28, 2026
  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା
    ମନୋରଞ୍ଜନ

    ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା

    14240
    May 28, 2026
  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ
    ଦେଶ-ଦେଶାନ୍ତର

    ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ

    15548
    May 29, 2026
  • ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ଯୋଶେଫ ବିଜୟ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ଯୋଶେଫ ବିଜୟ

    14801
    May 28, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ
    ବିଶେଷ

    ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14006
    May 29, 2026
  • ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ...
    ଦେଶ-ଦେଶାନ୍ତର

    ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ...

    15466
    May 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

    14776
    May 28, 2026
  • ବିଶେଷ

    ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14006
    May 29, 2026
  • ଦେଶ-ଦେଶାନ୍ତର

    ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ କଡା ପ୍ରତିକ୍ରିୟା ରଖିଲେ ...

    15466
    May 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16892
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17513
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17562
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17947
    Sep 06, 2023

ବିଶେଷ

  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14006
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15201
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14882
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15808
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15100
    May 21, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15435
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15176
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15663
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14001
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ଶାଶୁ

    15770
    May 28, 2026
  • ଟିଏମ୍‌ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ

    15548
    May 29, 2026
  • ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ କଡା ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

    15466
    May 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In