ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା
ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ଦିବ୍ୟଙ୍କା ତ୍ରିପାଠୀ ଓ ସ୍ଵାମୀ ବିବେକ ଦହିୟା ଯାଆଁଳା ଶିଶୁଙ୍କ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କପଲ୍ ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ପୋଷ୍ଟ କରିଥିବାବେଳେ ଫ୍ୟାନ୍ସଙ୍କ ସହ ନିଜର ଖୁସି ମୁହୂର୍ତ୍ତକୁ ସେୟାର କରିଛନ୍ତି । କପଲ୍ ପୋଷ୍ଟରେ ଲେଖିଛନ୍ତି ଯେ, ଆମେ ଭଗବାନଙ୍କୁ ଖୁସି ମାଗିଥିଲୁ, କିନ୍ତୁ ଭଗବାନ ଆମକୁ ଡବଲ୍ ଖୁସି ଦେଇଛନ୍ତି ।
ଅଭିନେତ୍ରୀ ଦିବ୍ୟଙ୍କା ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଦୁଇଟି ଶିଶୁପୁତ୍ର ଆମ ଘରକୁ ଆସିଛନ୍ତି । ଏବେଠୁ ଜୀବନଟା ଅତି ସୁନ୍ଦର ଲାଗିଲାଣି, ଯାହାକୁ ଆମେ କେବେ ବି କଳ୍ପନା ବି କରିନଥିଲୁ ।" ଏହାସହିତ 'ମେରେ କରନ୍ ଅର୍ଜୁନ ଆ ଗୟେ' ବୋଲି ଦିବ୍ୟଙ୍କା ଲେଖିଛନ୍ତି। ଏହାସହିତ ସେ କୁନିଶିଶୁଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିବା ସହ ଏବେ ସ୍ଵାମୀଙ୍କ ସହ ପିତାମାତା ହେବାର ନୂଆ ଅଧ୍ୟାୟ ଆରମ୍ଭ କରିଥିବା କହିଛନ୍ତି ।
ଦିବ୍ୟଙ୍କା ୪୧ ବର୍ଷ ବୟସରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ବିବାହର ପ୍ରାୟ ୧୦ ବର୍ଷ ପରେ ଦିବ୍ୟଙ୍କା ଏବଂ ବିବେକ ସେମାନଙ୍କର ଯମଜ ସନ୍ତାନକୁ ସ୍ବାଗତ କରିଛନ୍ତି। ଅଭିନେତ୍ରୀ ଦୁଇଟି ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କିଛି ଦିନ ପୂର୍ବରୁ ଅଭିନେତ୍ରୀ ତାଙ୍କର ଗର୍ଭଧାରଣ ଘୋଷଣା କରିଥିଲେ।
ବିବେକ ପ୍ରଶଂସକଙ୍କ ସହ ତାଙ୍କ ପୁଅ ଜନ୍ମର ଖୁସି ଖବର ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଶେଷରେ ଅପେକ୍ଷାର ଅନ୍ତ ଘଟିଛି… ‘ଦି ବୟଜ’ ଆସିଛନ୍ତି ଏବଂ ଜୀବନ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଅନୁଭବ ହେଉଛି। ଆମେ କେବେ କଳ୍ପନା କରିପାରି ନ ଥିଲୁ ତା’ଠାରୁ ଅଧିକ ଖୁସି ଲାଗୁଛି । ଆମର ‘କରଣ-ଅର୍ଜୁନ’ ଆସିଛନ୍ତି। ଡିଭ ଏବଂ ମୁଁ ମାତାପିତା ହେବାର ଏହି ଚମତ୍କାର ନୂତନ ଯାତ୍ରା ଆରମ୍ଭ କରୁଛୁ। ଆମକୁ ଆପଣଙ୍କ ସମସ୍ତଙ୍କର ପ୍ରେମ ଏବଂ ଆଶୀର୍ବାଦ ଆବଶ୍ୟକ।
Powered by Froala Editor