ଆଜି ମୁଖ୍ୟମନ୍ତ୍ରୀଙ୍କ ଢିଙ୍କିଆ ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଏବଂ ସଜ୍ଜନ ଜିନ୍ଦଲ୍ ମଧ୍ୟ ଉପସ୍ଥିତ ରହିବେ।
ସୂଚନା ଅନୁସାରେ, ପ୍ରାୟ ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଏହି ଷ୍ଟିଲ୍ କାରଖାନା ସ୍ଥାପିତ ହେବ। ଏହା ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ ।
Powered by Froala Editor