ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି
ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ ଶୁଣନ୍ତି ତେବେ ଏହା ତାହାର ସ୍ମରଣ ଶକ୍ତି ବୃଦ୍ଧି କରିବାରେ କେତେକାଂଶରେ ସହାୟକ ହୋଇପାରିବ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ‘ସ୍ମରଣ ଶକ୍ତି ଏବଂ ମନ ପସନ୍ଦର ଗୀତ ଶୁଣିବା’ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ସେମାନଙ୍କର ମନ ପସନ୍ଦର ଗୀତ ଶୁଣିବାକୁ ପରାମର୍ଶ ଦିଆଯାଇଥିଲା। ତା’ ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତର୍ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଦୃଢ଼ ହେଉଥିବାର ଜଣାପଡିଥିଲା ବୋଲି ହୋଇଥିବା ଏକ ପରୀକ୍ଷଣରୁ ଜଣାପଡିଥିଲା ବୋଲି ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Powered by Froala Editor