Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୁଚି ଲୁଚି ବିବାହ କଲେ କି କଙ୍ଗନା, ...

  • ଅଭିନୟ କରୁଥିଲେ ଆଜୀବନ କଏଦୀ

  • ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ...

  • ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ

  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

  • ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

  • ଆଫଗାନିସ୍ତାନରେ ଶିଶୁ ଟୀକାକରଣ ...

  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ...

  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ...

  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅଭିନୟ କରୁଥିଲେ ଆଜୀବନ କଏଦୀ

ଅଭିନୟ କରୁଥିଲେ ଆଜୀବନ କଏଦୀ

2026-05-23 07:37:55
13772
Share:
Facebook
Twitter
E-Mail
WhatsApp
Telegram
ଅଭିନୟ କରୁଥିଲେ ଆଜୀବନ କଏଦୀ

ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ଅଭିଯୁକ୍ତ ଜଣକ ୨୦୧୪ରୁ ପାରୋଲ୍‌ରେ ଆସି ଫେରାର ହୋଇଯାଇଥିଲା। ଆଉ ନିଜର ନାମ ପରିଚୟ ବଦଳାଇଦେଲେ । ସବୁବେଳେ କ୍ୟାମେରାରେ ବାହାରୁଥିଲେ ହେଲେ ପୁଲିସ ଧରି ପାରୁନଥିଲା । ଅଭିନୟ କରି ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଣ୍ଟୁଥିଲେ । ହେଲେ ପୁଲିସ ଜାଣି ପାରୁନଥିଲା । ଏମିତିକି ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ଭଳି ଅଭିନେତାଙ୍କ ସହ ମଧ୍ୟ ସ୍କ୍ରିନ୍ ସେୟାର କରିଛନ୍ତି। ୧୨ ବର୍ଷ ପରେ ଧରା ପଡ଼ିଲେ । ତେବେ ସେ ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଗନୀନଦାସ ମୋଦୀ । ଗତ ବୁଧବାର ଅହମ୍ମଦାବାଦର ଘି-କାଣ୍ଟା ମେଟ୍ରୋ ଷ୍ଟେଶନ ନିକଟରୁ ତାଙ୍କୁୁ କାବୁ କରାଯାଇଥିଲା।

ଅହମ୍ମଦାବାଦର ଏକ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଶିଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ୨୦୦୫ ଜୁନ୍‌ ୧୫ରେ ହେମନ୍ତ, ତାଙ୍କ ଭାଇ ଏବଂ ଗୋଷ୍ଠୀ ଅଭିଯୋଗକାରୀ ଅଜୟ ପଟେଲ ଓ ତାଙ୍କ ବନ୍ଧୁ ନରେନ୍ଦ୍ର କାମ୍ବଲେଙ୍କ ସହ ମାରପିଟ ହୋଇଥିଲା। ଏଥିରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହେମନ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା, ଦଙ୍ଗା ଏବଂ ଆପରାଧିକ ଷଡ଼ଯନ୍ତ୍ର ମାମଲା (ଆଇପିସି ଦଫା ୩୦୨, ୩୨୪, ୧୪୭, ୧୪୮, ୧୪୯, ୧୨୦-ବି) ରୁଜୁ ହୋଇଥିଲା।

ଅଗଷ୍ଟ ୨୦୦୮ରେ କୋର୍ଟ ହେମନ୍ତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେମାନେ ମେହସାଣା ଜିଲା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୪ରେ ଗୁଜରାଟ ହାଇକୋର୍ଟ ତାଙ୍କୁ ୩୦ ଦିନର ପାରୋଲ ମଞ୍ଜୁର କରିଥିଲେ। ମାତ୍ର ଅବଧି ଶେଷ ହେବା ପରେ ସେ ଜେଲକୁ ନ ଫେରି ଫେରାର ହୋଇଯାଇଥିଲେ। ଜୁଲାଇ ୨୦୧୪ରେ ହାଇକୋର୍ଟ ତାଙ୍କୁ ‘ପାରୋଲ ଜମ୍ପର’ (ଫେରାର୍‌ କଏଦୀ) ଘୋଷଣା କରିଥିଲେ।

ଜେଲରୁ ଫେରାର ହେବା ପରେ ହେମନ୍ତ ‘ଟ୍ବିଙ୍କଲ ଡାଭେ’ ନାମରେ ନିଜ ପରିଚୟ ବଦଳାଇ ୨୦୧୭ ଯାଏ ଗୁଜରାଟ ପାଟନ ଏବଂ ଅହମ୍ମଦାବାଦରେ ରହିଥିଲେ। ଏହାପରେ ସେ ମୁମ୍ବାଇ ପଳାଇଥିଲେ ଏବଂ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ଅନେକ ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର, ୱେବ୍‌ ସିରିଜ ଏବଂ ନାଟକରେ ଚରିତ୍ର ଅଭିନେତା ଭାବେ କାମ କରିଥିଲେ। 

ପୋଲିସର କହିବାନୁଯାୟୀ, ଅମିତାଭ ବଚ୍ଚନ ଏବଂ ଆମିର ଖାନ୍‌ଙ୍କ ଅଭିନୀତ ବ୍ଲକ୍‌ବଷ୍ଟର ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଏବଂ ରଣବୀର ସିଂଙ୍କ ‘ଜୟେଶଭାଇ ଜୋରଦାର’ ଭଳି ବଡ଼ ବ୍ୟାନରର ଫିଲ୍ମରେ ହେମନ୍ତ କାମ କରିସାରିଛନ୍ତି। ଏହାବ୍ୟତୀତ ସେ ‘ଯୁଗପୁରୁଷ’ ଏବଂ ‘ଗାନ୍ଧୀ ବିରୁଦ୍ଧ ଗୋଡ୍‌ସେ’ ଭଳି ପ୍ରସିଦ୍ଧ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ଏବଂ ସିରିଏଲ ଦୁନିଆରେ ସକ୍ରିୟ ଥାଇ ସର୍ବସାଧାରଣଙ୍କ ସାମ୍ନାକୁ ଆସୁଥିଲେ ମଧ୍ୟ ୧୨ ବର୍ଷ ଧରି ସେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ। 

Powered by Froala Editor

Tags jail

Related articles Odisha News Lens 4.1

  • ଲୁଚି ଲୁଚି ବିବାହ କଲେ କି କଙ୍ଗନା, ଜାଣନ୍ତୁ କ’ଣ ସତ...
    ମନୋରଞ୍ଜନ

    ଲୁଚି ଲୁଚି ବିବାହ କଲେ କି କଙ୍ଗନା, ଜାଣନ୍ତୁ କ’ଣ ସତ...

    15004
    May 23, 2026
  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

    14704
    May 23, 2026
  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?

    14064
    May 22, 2026
  •  ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...

    13993
    May 22, 2026
  • ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ

    14738
    May 23, 2026
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର
    ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14922
    May 22, 2026
  • ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ
    ଦେଶ-ଦେଶାନ୍ତର

    ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

    13588
    May 23, 2026
  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ
    ଦେଶ-ଦେଶାନ୍ତର

    ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

    15385
    May 22, 2026
  • ଅଭିନୟ କରୁଥିଲେ ଆଜୀବନ କଏଦୀ
    ଦେଶ-ଦେଶାନ୍ତର

    ଅଭିନୟ କରୁଥିଲେ ଆଜୀବନ କଏଦୀ

    13772
    May 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

    13588
    May 23, 2026
  • ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଲା ଭାରତ

    13993
    May 22, 2026
  • ଦେଶ-ଦେଶାନ୍ତର

    ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ

    13434
    May 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16874
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17492
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17540
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17925
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14739
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14339
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14463
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15524
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15140
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15415
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15158
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15648
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13979
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଲା ଭାରତ

    13993
    May 22, 2026
  • ଲୁଚି ଲୁଚି ବିବାହ କଲେ କି କଙ୍ଗନା, ଜାଣନ୍ତୁ କ’ଣ ସତ...

    15004
    May 23, 2026
  • ଅଭିନୟ କରୁଥିଲେ ଆଜୀବନ କଏଦୀ

    13772
    May 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In