ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର
ସୋମବାର ରାତିରେ ବ୍ରହ୍ମପୁର ଗିରିରୋଡ୍ରେ ଉମେଶ ରଥ ଓ ତାଙ୍କ ବାନ୍ଧବୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଫେରାର ଅଭିଯୁକ୍ତ ମୁଫତେଶ ସାହୁକୁ ଏନକାଉଣ୍ଟର କରିଛି । ବୁଧବାର ରାତି ୧୨ଟାରେ ତାମଣା ଘାଟିରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ସହ ମୁହାଁମୁହିଁ ହେବା ପରେ ପ୍ରଥମେ ମୁଫତେଶ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସ ତାକୁ ସେହିଠାରେ ଏନ୍କାଉଣ୍ଟର କରିଥିଲା । ମୁଫତେଶର ହାତ ଓ ଦୁଇ ଆଣ୍ଠୁରେ ଗୁଳି ବାଜିବାରୁ ସେ ସେହିଠାରେ ଟଳିପଡ଼ିଥିଲା ।
ସୂଚନାଯୋଗ୍ୟ ବୁଧବାର ମଧ୍ୟାହ୍ନରେ ପୁଲିସ ଶ୍ରୀରାମନଗରର ଲିଙ୍ଗରାଜ ସାମଲ ଓରଫ ରିଙ୍କୁ(୨୪) ଏବଂ ଗଜପତି ନଗରର ରାଜ୍ ମାଲହୋତ୍ରା(୨୧)ଙ୍କୁ ଗିରଫ କରିଥିଲା । ଏନେଇ ବ୍ରହ୍ମପୁର ଏସ୍ପି ଡ. ସରବଣା ବିବେକ ଏମ୍ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ସ୍କୁଟି, ଗୋଟିଏ ମୋବାଇଲ୍ ଫୋନ୍ ଓ ଗୋଟିଏ ବାଉଁଶ ଫାଳିଆ ଜବତ କରାଯାଇଛି ।
ଏହି ଘଟଣା ପରେ ପରେ ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଏନ୍କାଉଣ୍ଟର କରିବା ଘଟଣା ସମଗ୍ର ବ୍ରହ୍ମପୁର ସହରରେ ଚର୍ଚ୍ଚାାର ବିଷୟ ପାଲଟିଛି । ତେବେ ଉମେଶଙ୍କୁ ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତଙ୍କ ଗ୍ୟାଙ୍ଗ୍ର ମୁଖ୍ୟ ଫେରାର ଅଛି ।
Powered by Froala Editor