ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନ ସ୍ତରସ୍ତରରେ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦଶନ୍ଧିର ସବୁଠୁ ବଡ ଶକ୍ତି ସଙ୍କଟ ବୋଲି କୁହାଯାଉଛି । ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିଛି । ପେଟ୍ରୋଲ-ଡିଜେଲ ଏବଂ ଆମଦାନି ସାମଗ୍ରୀ ଦର ବଢ଼ିଛି । ମୋବାଇଲ, ଲ୍ୟାପଟପ୍ ଏବଂ ଆମଦାନି ହେଉଥିବା ସାମଗ୍ରୀ ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଦେଶକୁ ଡଲାର ପଠାଇଲେ ଅଧିକ ଟଙ୍କା ମିଳିବ ।
ବିଶ୍ୱ ଅର୍ଥନୀତି ସଙ୍କଟ ସ୍ଥିତିରେ ପାତାଳମୁହାଁ ହୋଇଛି ଟଙ୍କା । ଆମଦାନି ବିଲ୍ ବଢ଼ାଉଛି ଚିନ୍ତା । ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନ ସ୍ତର ୯୬.୫୩ ସ୍ତରରେ ରହିଛି । ଏହା ପୂର୍ବରୁ ସୋମବାର ଟଙ୍କା ୯୬.୨୯ ସ୍ତରରେ ବନ୍ଦ ହୋଇଥିଲା । ୨୦୨୬ ଆରମ୍ଭରୁ ଟଙ୍କା ଉପରେ ଚାପ ରହିଛି । ଡିସେମ୍ବର ୨୦୨୫ରେ ପ୍ରଥମ ଥର ଲାଗି ଟଙ୍କା ୯୦ ସ୍ତରକୁ ଖସିଥିଲା । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ଚାପ ବଢ଼ିବା ଆଶଙ୍କା ରହିଛି ।
ବିଶ୍ୱ ବଜାରର ଅନିଶ୍ଚିତତା ଦେଖି ବିଦେଶୀ ପୋର୍ଟଫୋଲିଓ ନିବେଶକ ମାନେ ଭାରତୀୟ ବଜାରରୁ ଲଗାତାର ନିବେଶ ଅର୍ଥ ପ୍ରତ୍ୟାହାର କରୁଛନ୍ତି । ଫଳରେ ଡଲାର ଚାହିଦା ବୃଦ୍ଧି ହେବା ସହ ଟଙ୍କାକୁ ଏହା ଦୁର୍ବଳ କରୁଛି । ସୁରକ୍ଷିତ ନିବେଶ ଭାବେ ଆମେରିକା ଡଲାରର ଚାହିଦା ଉପର ମୁହାଁ । ମଜବୁତ ହୋଇଛି ଡଲାର ଇଣ୍ଡେକ୍ସ ।
Powered by Froala Editor