ସ୍କୁଲ୍, ହସ୍ପିଟାଲ, ବସ୍ଷ୍ଟାଣ୍ଡରୁ ହଟିବେ ବୁଲା କୁକୁର
ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍, ହସ୍ପିଟାଲ, ବସ୍ ଷ୍ଟାଣ୍ଡ ଆଦି ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦିପ ମେହେଟ୍ଟା, ଏନ୍ ବି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି। ଜନସୁରକ୍ଷାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ନ୍ୟାୟଳୟଙ୍କ ଏହା ଏକ ବଡ଼ ରାୟ। ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ନିର୍ଦ୍ଦେଶ ରହିଛି।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କୁକୁରପ୍ରେମୀଙ୍କ ପାଇଁ ଏକ ଝଟକା ହୋଇଛି । ବୁଲା କୁକୁର ଆକ୍ରମଣ ପିଲା, ବୃଦ୍ଧ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ ବୋଲି କହିଛନ୍ତି । ଗତବର୍ଷ ନଭେମ୍ବ ୭ରେ ସରକାରୀ ପ୍ରତିଷ୍ଠାନ ଯେପରି ହସ୍ପିଟାଲ, ସ୍କୁଲ-କଲେଜ ଏବଂ ବସ୍ ଷ୍ଟପ, ରେଳ ଷ୍ଟେସ ଭଳି ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇ ପାଇଁ ଦେଇଥିବା ଆଦେଶକୁ ସଂଶୋଦନ କରିବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି କଠୋର ବାସ୍ତବତା ପ୍ରତି ଆଖି ବୁଜିପାରିବା ନାହିଁ ।
ଏହି ଆଦେଶକୁ ପୁନର୍ବିଚାର କରିବା ପାଇଁ କିଛି ପଶୁ ଅଧିକାର କର୍ମୀ ଓ ସଂଗଠନ ଆବେଦନ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ, କୁକୁରଙ୍କୁ ବଳପୂର୍ବକ ହଟାଇବା ମାନବିକତା ନୁହେଁ। ଏହାକୁ ‘Capture-Sterilise-Vaccinate-Release’ ପ୍ରଣାଳୀ ଦ୍ୱାରା ସମସ୍ୟାର ସମାଧାନ କରାଯାଇପାରିବ।
ଖଣ୍ଡପୀଠ ଉଲ୍ଲେଖ୍ୟ କରିଛନ୍ତି ଯେ, ସାରା ଦେଶରେ ଏପରି ଅନେକ ଘଟଣା ରିପୋର୍ଟ ହୋଇଛି ଯେଉଁଠାରେ ଛୋଟ ପିଲାମାନଙ୍କୁ କୁକୁର ଆକ୍ରମଣ କରିଛନ୍ତି । ବୟସ୍କ ଲୋକଙ୍କ ଉପରେ ବି ଆକ୍ରମଣ କରିଛନ୍ତି । ବିଦେଶୀ ପର୍ଯ୍ୟଟକ ବି କୁକୁରଙ୍କ କବଳରୁ ରକ୍ଷା ପାଇନାହାନ୍ତି । କୁକୁର କାମୁଡିବା ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ।
Powered by Froala Editor