ସ୍ୱାମୀ ସ୍ତ୍ରୀଙ୍କୁ ଅଟକାଇ ବାଉଁଶରେ ପିଟିଲେ ଦୁର୍ବୃତ୍ତ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର ଉମେଶ ରଥ ତାଙ୍କ ସ୍ତ୍ରୀଙ୍କୁ ଧରି ବାଇକ୍ରେ ଯାଉଥିବା ବେଳେ ଗିରିରୋଡ୍ ମୁଖ୍ୟ ରାସ୍ତାରେ ତାଙ୍କୁ କେତେଜଣ ଦୁର୍ବୃତ୍ତ ଅଟକାଇ ବାଉଁଶରେ ପିଟିଛନ୍ତି। ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସ୍ତ୍ରୀ ଗାୟତ୍ରୀ ରଥ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉମେଶଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଛି। ସେ ଏବେ ଏମ୍କେସିଜି ମେଡିକାଲ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଟାଉନ୍ ଥାନା ଓ ଗୋଷାଣି ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍. ଓ ବୈଦ୍ୟନାଥପୁର ପୋଲିସ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବ ଶତ୍ରୁତାରୁ ଉମେଶଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି। ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
Powered by Froala Editor