ଅଧା ରାସ୍ତାରେ ସରିଗଲା ତେଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ମାଲକାନଗିରି : ତେଲ ଅଭାବ ଯୋଗୁଁ ଚାଲିଗଲା ଜଣେ ବ୍ୟକ୍ତିର ଜୀବନ। ତେଲ ପାଇଁ ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁର ବସନ୍ତ ଖିଲଙ୍କର ମୃତ୍ୟୁ ହୋଇଛି। ମୃତ ବସନ୍ତ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ଆମ୍ବ ତୋଳୁଥିବା ସମୟରେ ହଠାତ ଗଛରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଇକ ଯୋଗେ ଚିକିତ୍ସାଳୟକୁ ଆଣୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିର ତେଲ ସରିଯାଇଥିଲା। ତେଲ ନମିଳିବା ଯୋଗୁଁ ଅଧା ରାସ୍ତାରେ ଆମ୍ବଲାନ୍ସକୁ ଫୋନ କରାଯାଇଥିଲା।
କିଛି ସମୟ ପରେ ଆମ୍ବୁଲାନ୍ସରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor