ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଜଣେ ଗିରଫ
କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ କଲକାତାର ଗାର୍ଡେନ ରିଚ୍ ଅଞ୍ଚଳରୁ ଗିରଫ କରିଛି। ହସ୍ନୈନ ଇକ୍ବାଲ ନାମକ ଏହି ୨୭ ବର୍ଷୀୟ ବ୍ୟକ୍ତି ଜଣକ ଇ-ମେଲ ବାର୍ତ୍ତାରେ ଧମକ ଦେଇଥିବା ପୁଲିସ କହିଛନ୍ତି। ଚଳିତମାସ ୧୪ରେ ଭବାନୀପୁର ଥାନାକୁ ମିଳିଥିବା ଏହି ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ଯେ ଅଲ କାଏଦା ଆତଙ୍କବାଦୀ ସଂଗଠନର ସହାୟତାରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା କରାଯିବ। ତେବେ ଏହି ବାର୍ତ୍ତା ଜଣେ ମହିଳାଙ୍କ ନାମରେ ପଠାଯାଇଛି।
Powered by Froala Editor