କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ଵର : ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା। ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଏଭଳି ଘଟଣା ଦେଖିବାକୁ ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପ୍ରେମିକ ସହ ୩ ଜଣ କଲେଜ ଛାତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
Powered by Froala Editor