Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର ...

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ...

  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ...

  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ...

  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ...

  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ...

ରାଜ୍ୟ
Home ›› ରାଜ୍ୟ ››ସୌମ୍ୟ ହତ୍ୟା ମାମଲା: ଫୋରେନ୍‌ସିକ ରିପୋର୍ଟରେ ପଦାକୁ ଆସିଲା ଭିନ୍ନ ତଥ୍ୟ

ସୌମ୍ୟ ହତ୍ୟା ମାମଲା: ଫୋରେନ୍‌ସିକ ରିପୋର୍ଟରେ ପଦାକୁ ଆସିଲା ଭିନ୍ନ ତଥ୍ୟ

2026-05-13 06:57:43
14351
Share:
Facebook
Twitter
E-Mail
WhatsApp
Telegram
ସୌମ୍ୟ ହତ୍ୟା ମାମଲା: ଫୋରେନ୍‌ସିକ ରିପୋର୍ଟରେ ପଦାକୁ ଆସିଲା ଭିନ୍ନ ତଥ୍ୟ

ଭୁବନେଶ୍ୱର:  ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଜଣେ ପୀଡ଼ିତାଙ୍କ ବୟାନ ନିଆଯାଇଥିବାବେଳେ ଅନ୍ୟଜଣେ ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଏପର୍ଯ୍ୟନ୍ତ ପଚରାଉଚରା କରିପାରି ନାହିଁ। କ୍ରାଇମ୍‌ବ୍ରାଞ୍ଚ ସୌମ୍ୟ ମାମଲାରେ ସତ କ’ଣ ପଦାକୁ ଆଣିବାକୁ ଚାହୁଁନି। କେବଳ ତଦନ୍ତ ନାମରେ ଦିନ ଗଡ଼ାଉଛି ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି , ଆମର ଏକ ଟିମ୍‌ ସବୁ ଦିଗକୁ ନେଇ ତଦନ୍ତ କରୁଛନ୍ତି। ଆମକୁ ଯେଉଁ ତଥ୍ୟ ମିଳିଛି ସେଇ ଆଧାରରେ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଜଣାଇ ଦିଆଯାଉଛି। ତଦନ୍ତରେ କିଛି ତ୍ରୁଟି ଥିଲେ ଆମେ ଏହାକୁ ସୁଧାରିବାକୁ ବ୍ୟବସ୍ଥା କରୁଛୁ।
ଅନ୍ୟପଟରେ ଫୋରେନ୍‌ସିକ ରିପୋର୍ଟରେ ଏକ ଭିନ୍ନ ତଥ୍ୟ ପଦାକୁ ଆସିଛି। ସୌମ୍ୟ ଘଟଣାଦିନ ବାଲିଅନ୍ତା ରାମଚନ୍ଦ୍ରପୁରକୁ ଯିବାପୂର୍ବରୁ ଜିମ୍‌ରେ ଶକ୍ତିବର୍ଦ୍ଧକ ଷ୍ଟେରଏଡକୁ ଅଧିକ ମାତ୍ରାରେ ନେଇଥିଲେ। ସାଧାରଣତଃ ଜିମ୍‌ କରୁଥିବା ବଡି ବିଲ୍ଡର ସିଙ୍ଗ୍‌ଲ୍‌ ଡୋଜ୍‌ ଅଥାତ୍‌ ୧୦ଏମ୍‌ଏଲ୍‌ ନେଇଥାନ୍ତି। କିନ୍ତୁ ସୌମ୍ୟ ସେଦିନ ୩୦ ଏମ୍‌ଏଲ୍‌ ଷ୍ଟେରଏଡ୍‌ ନେଇଥିଲେ। ଏକାବେଳେ ୧୫ଏମ୍‌ଏଲ୍‌ର ଦୁଇଟି ଡୋଜ୍‌ ନେଇଥିଲେ ବୋଲି ସୌମ୍ୟଙ୍କ ସାଙ୍ଗ ପୋଲିସକୁ ବୟାନ ଦେଇଛନ୍ତି। ଡବଲ୍‌ ଡୋଜ୍‌ ଷ୍ଟେରଏଡ୍‌ ନେଲା ପରେ ସେ ଓମ୍‌ଙ୍କୁ ଡକାଇଥିଲେ। ତାଙ୍କ ବାଇକ୍‌ରେ ବସି ଆସିଥିଲେ।
ରାସ୍ତାରେ ବାଇକ୍‌ରେ ବସିଲା ବେଳେ ନିଜକୁ ସମ୍ଭାଳି ପାରୁ ନ ଥିଲେ। ବେଳେ ବେଳେ ଅଣାୟତ୍ତ ହୋଇଯାଉଥିଲେ। ସେ ଓମ୍‌ଙ୍କ ବେକକୁ ବାରମ୍ବାର ଚିପୁଥିଲେ। ୨ ଯୁବତୀଙ୍କୁ କମେଣ୍ଟ ମାରିବାକୁ ଓମ୍‌ ତାଙ୍କୁ ମନା କରିବା ସହ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ସେ ଓମ୍‌ଙ୍କ କଥା ମାନି ନ ଥିଲେ ବରଂ ଓମ୍‌କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଦୁର୍ଘଟଣା ପରେ ଜଣେ ଯୁବତୀ ତଳେ ପଡ଼ି ଯିବାପରେ ସୌମ୍ୟ ହିଂସ୍ର ହୋଇ ଯାଇଥିଲେ। ପୀଡ଼ିତାଙ୍କୁ ଗାଳିଗୁଲଜ ସହ ତାଙ୍କ ପୋଷାକ ଚିରିଥିଲେ। ଏପରି କି ଜଣଙ୍କୁ ଚୂମ୍ବନ ମଧ୍ୟ ଦେଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଶାନ୍ତ ହେବା ବଦଳରେ ପାଲଟା ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।
ଜଣେ ଡାକ୍ତର କହିଛନ୍ତି, ଜିମ୍‌ରେ ଝାଳ ବୁହାଉଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣତଃ ୧୦ ଏମ୍‌ଏଲ୍‌ ଷ୍ଟେରଏଡ୍‌ ଠିକ୍‌ ଅଛି। ଫଳର ସେ ଜିମ୍‌ରେ ଖଟିବା ସହ ଅତି ହାର୍ଡଓ୍ବାର୍କ ଜିମ୍‌ କରିପାରିବେ। କିନ୍ତୁ ଏହି ଷ୍ଟେରଏଡ୍‌ ପରିମାଣ ୧୨ଏମ୍‌ଏଲ୍‌ଠାରୁ ଅଧିକ ହେଲେ ଉକ୍ତ ବ୍ୟକ୍ତି କାହାକୁ ମାନି ନ ଥାନ୍ତି। ତାଙ୍କୁ ସମ୍ଭାଳି ନ ପାରିବାରୁ ବାଧ୍ୟ ହୋଇ ଲୋକେ ତାଙ୍କୁ ବାନ୍ଧି ପକାଇଥିଲେ। ବିଶେଷଚ୍‌କରି ଅଧିକ ମାଡ଼ରୁ ତାଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ ଏବଂ ଛାତିରେ ମାଡ଼ ହେତୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି।

 

Powered by Froala Editor

Tags Somya case

Related articles Odisha News Lens 4.1

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ
    ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13546
    May 13, 2026
  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15278
    May 13, 2026
  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ

    13477
    May 13, 2026
  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା
    ଦେଶ-ଦେଶାନ୍ତର

    ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13611
    May 13, 2026
  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
    ଦେଶ-ଦେଶାନ୍ତର

    ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା

    14237
    May 13, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା
    ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15525
    May 12, 2026
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା
    ଦେଶ-ଦେଶାନ୍ତର

    ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା

    13731
    May 13, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...
    ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...

    13615
    May 12, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...
    ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...

    13999
    May 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15525
    May 12, 2026
  • ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ଉଦୟାନିଧି ଷ୍ଟାଲିନ

    13615
    May 12, 2026
  • ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13546
    May 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17471
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17521
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17879
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16352
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15525
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16102
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14544
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15513
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15250
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15135
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13948
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13546
    May 13, 2026
  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13611
    May 13, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ଉଦୟାନିଧି ଷ୍ଟାଲିନ

    13615
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In