ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ
ନୟାଗଡ଼ : ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଇସ୍ତଫାପତ୍ର ଜିଲା ସଭାପତି ଏବଂ ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ୁଛି ବୋଲି ଦର୍ଶାଇଛନ୍ତି। ନିକଟରେ ଶ୍ରୀ ସାହୁ ବିଜେଡି ଛାଡ଼ିବା ନେଇ ନୟାଗଡ଼ ରାଜନୀତିରେ ଚର୍ଚ୍ଚା ହେଉଥିଲା। ଆଜି ସେ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ଶ୍ରୀ ସାହୁ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଥିଲେ।
Powered by Froala Editor