ସେଣ୍ଟରିଂ ବେଳେ ବିବାଦ: କୋଦାଳ ଓ ଶାବଳ ମାଡ଼ରେ ମହିଳା ମୃତ
ଖଇରା: ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗାଁରେ ଅଘଟଣ। ଘର ତିଆରି ପାଇଁ ସେଣ୍ଟରିଂ ବେଳେ ବିବାଦ ଦେଖାଦେଇଛି। ଯାହାକୁ କେନ୍ଦ୍ର କରି ପଡ଼ୋଶୀଙ୍କ କୋଦାଳ ଓ ଶାବଳ ମାଡ଼ରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ କମଳା ସେଠୀ(୩୯) ବୋଲି ଜଣାପଡିଛି। କମଳାଙ୍କ ଭାଉଜ ଶଙ୍କୁନ୍ତଳା ସେଠୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପର୍ଣ୍ଣ ରହିଛି। ଖଇରା ପୁଲିସ୍ ଏକ ମାମଲା ରୁଜୁ କରି ଆକ୍ରମଣରେ ସଂପୃକ୍ତ ଭାରତୀ ଜେନା ନାମକ ମହିଳାଙ୍କୁ ଅଟକ ରଖିଛି।
Powered by Froala Editor