୨ ଯୁବତୀଙ୍କୁ ଗିରଫ କରାଯାଉ: ସୌମ୍ୟଙ୍କ ସାଙ୍ଗ
ଭୁବନେଶ୍ୱର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ଓ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ପ୍ରଥମେ ପୀଡିତାଙ୍କ ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟଙ୍କ ସାଙ୍ଗ। ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ସୌମ୍ୟ ଆଦୌ ନିଶା କରନ୍ତି ନାହିଁ। ଆମକୁ ମଧ୍ୟ ବାରଣ କରନ୍ତି। ସମସ୍ତଙ୍କୁ ସବୁବେଳେ ସାହାଯ୍ୟ, ସହଯୋଗ କରନ୍ତି। ୨ ଯୁବତୀଙ୍କୁ ଗିରଫ କରାଯାଉ। ସେମାନେ ମିଛ କହୁଛନ୍ତି। ପୁଲିସର ବ୍ୟବସ୍ଥା ସଠିକ ନଥିଲା ବୋଲି ମଧ୍ୟ ସେ କହିଛନ୍ତି।
ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି।
Powered by Froala Editor