ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ୧୩ ଗିରଫ
କଟକ: କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ମହାବୀର ଗ୍ୟାଲେକ୍ସ ଉପରେ କଟକ କମିଶନରେଟ ପୁଲିସ ଚଢ଼ାଉ କରିଛି। ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ମିଳିଥିଲା। କମିଶନରେଟ୍ ପୁଲିସ୍ର ଏକ ଟିମ୍ ଚଢାଉ କରି କ୍ରିଷ୍ଣା ରାଓ ସହ ୧୩ ମାଫିଆଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା, ସଂଖ୍ୟାଧିକ ମୋବାଇଲ୍ ଫୋନ୍, ଗାଡ଼ି ଚାବି, କାର୍ ଆଦି ଜବତ ହୋଇଥିଲା। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor