ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା
ମୁଁ ଇସ୍ତଫା ଦେବି ନାହିଁ , ସେମାନେ ମୋତେ ବହିଷ୍କାର କରନ୍ତୁ। ମୁଁ ଚାହେଁ ଏହି ଦିନକୁ ‘କଳା ଦିବସ’ ଭାବରେ ପାଳନ କରାଯାଉ। ଏମିତି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ କଡ଼ା ଆପତ୍ତି ପ୍ରକାଶ କରି, ଟିଏମସି ମୁଖ୍ୟ ମମତା ବାନାର୍ଜୀ।
ନିର୍ବାଚନ ହାରିବା ଦୁଇ ଦିନ ହେଲାଣି, ସାରା ଦେଶ ଜାଣିଲାଣି। ତଥାପି ସତେ ଯେମିତି ମୁଖ୍ୟମନ୍ତ୍ରୀ ଚୌକିକୁ ଛାଡ଼ି ପାରୁନାହାନ୍ତି। ନା ଇସ୍ତଫା ଦେଉଛନ୍ତି ନା ଦେବା ନାଁ ଧରୁଛନ୍ତି।...
ମମତା ଇସ୍ତଫା ନ ଦେଲେ କଣ ନୂଆ ସରକାର ଗଠନ ହୋଇ ପାରିବନି ? ରାଜ୍ୟରେ ଦେଖାଦେବ କି ସାମ୍ବିଧାନିକ ସଙ୍କଟ ? ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ସଙ୍କଟ ଦେଖାଦେବ ନାହିଁ। ଏ କ୍ଷେତ୍ରରେ ରାଜ୍ୟପାଳ ନିଜର କ୍ଷମତା ପ୍ରୟୋଗ କରି ମମତାଙ୍କୁ ବରଖାସ୍ତ କରିପାରିବେ।
ଏପଟେ ମମତା ଦୃଢ଼ ଆପତ୍ତି ପ୍ରକାଶ କରି କହିଛନ୍ତି ଯେ ତାଙ୍କର ପରାଜିତ ପ୍ରାର୍ଥୀମାନଙ୍କୁ ଏକ ଷଡ଼ଯନ୍ତ୍ରର ଅଂଶ ଭାବରେ ବଳପୂର୍ବକ ପରାସ୍ତ କରାଯାଇଛି। ସେ ଏହି ଫଳାଫଳ ପାଇଁ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ପୁଲିସ, ସିଆରପିଏଫ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ୧,୫୦୦ ରୁ ଅଧିକ କାର୍ଯ୍ୟାଳୟ ଜବତ କରାଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ନବ ନିର୍ବାଚିତ ଟିଏମସି ବିଧାୟକଙ୍କ ସହ ଏକ ବୈଠକରେ ମମତା ବାନାର୍ଜୀ କହିଛନ୍ତି, “ବଙ୍ଗଳାକୁ ଅନୁସରଣ କରି, ଭାରତ ମେଣ୍ଟ ଦଳ ଏବେ ଏକଜୁଟ ହୋଇଛି। ମୁଁ ଇସ୍ତଫା ଦେବି ନାହିଁ – ସେମାନେ ମୋତେ ବହିଷ୍କାର କରନ୍ତୁ।
ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଖପାଖରୁ ହଟିଗଲାଣି ସୁରକ୍ଷା। କୋଲକାତା ସ୍ଥିତ କାଲିଘାଟ ହରିଶ ଚାଟାର୍ଜୀ ଲେନ୍ ରେ ମମତାଙ୍କ ସୁରକ୍ଷା ଦୁର୍ଗ ଆଉ ଆଗ ଭଳି ନାହିଁ। କେବଳ Z ପ୍ଲସ୍ ସୁରକ୍ଷାକୁ ଛାଡ଼ି ବାକି ରାଜ୍ୟ ପୋଲିସକୁ ସେଠୁ କାଢ଼ି ଦିଆ ସରିଛି। ସାଂସଦ ତଥା ପୁତୁରା ଅଭିଷେକ ବାନାର୍ଜୀଙ୍କ ଘର ଶାନ୍ତିନିକେତନ ବି ଏବେ ଶୂନଶୂାନ, ନାହିଁ କୌଣସି ପୋଲିସ୍ ର ସୁରକ୍ଷା। ଦୁଇ ଦିନ ଧରି ସ୍ତବ୍ଧ ପାଲଟିଥିବା ମମତାଙ୍କ ବାସଭବନରେ ଆଜି କିଛିଟା ହଲଚଲ ନଜରକୁ ଆସିଛି।
Powered by Froala Editor