ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍
ତାମିଲନାଡୁ ବିଧାନସଭା ନିର୍ବାଚନରେ ଅଭିନେତା ଥାଲାପତି ବିଜୟଙ୍କ ଦଳ ଟିଭିକେ ୧୦୦ ରୁ ଅଧିକ ଆସନରେ ଆଗୁଆ ରହିଛି। ତାମିଲନାଡ଼ୁରେ ସବୁଠୁ ବଡ଼ ଦଳ ଭାବରେ ଆଗରେ ରହିବା ପରେ ବିଜୟ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ଦୀର୍ଘ ୬ ଦଶନ୍ଧୀରେ ପ୍ରଥମ ଥର ପାଇଁ ରାଜ୍ୟରେ ଅଣଦ୍ରାବିଡ ସରକାର ଗଠନ ହେବାକୁ ଯାଉଛି । ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ତାମିଲନାଡୁରେ ରାଜ କରିବେ । ଚର୍ଚ୍ଚା ହେଉଛି କି ତାଙ୍କ ଲକି ସାବ୍ୟସ୍ତ ହେଲେ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ୍ । ଟିଭିକେର ଏହି ସଫଳତା ପଛରେ ବିଜୟଙ୍କ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଥିବା ତ୍ରିଶା କ୍ରିଷ୍ଣନ୍ଙ୍କୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ବିଜୟଙ୍କ ସହିତ ତ୍ରିଶାଙ୍କ ନାଁ ଅନେକ ଦିନ ହେଲା ଯୋଡା ଯାଉଛି। ତାମିଲନାଡୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ସକାଳେ ତ୍ରିଶା ତିରୁମାଲା ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣରେ ସେ ବିଜୟଙ୍କ ଘରକୁ ଯାଇଥିଲେ। ୫୧ ବର୍ଷୀୟ ବିଜୟ ଆଜି ତାମିଲ ସିନେମାର ସବୁଠାରୁ ବଡ଼ ଷ୍ଟାର ହୋଇଥିବାବେଳେ ତ୍ରିଶା କୃଷ୍ଣନଙ୍କୁ ଦକ୍ଷିଣ ଭାରତ ଫିଲ୍ମ ଜଗତର ରାଣୀ କୁହାଯାଏ। ବିଜୟ-ତ୍ରିଶା ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ଲିଓ’ ମଧ୍ୟ ସାମିଲ।
ଏହି ସମୟରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ କୋର୍ଟରେ ଛାଡପତ୍ର ପାଇଁ ଲଢ଼ୁଥିଲେ। ସଙ୍ଗୀତା ସୋର୍ନାଲିଙ୍ଗମ୍ ନିଜ ଛାଡ଼ପତ୍ର ଆବେଦନରେ ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ତେବେ ସେ କାହାର ନାମ ନେଇନଥିଲେ। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିଲେ ଓ ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି।
Powered by Froala Editor