ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା: ରାଜନାଥ
ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ସେ ସ୍ପଷ୍ଟ କରିଥିଲେ ଯେ ସେହି ସମୟରେ ଦେଶ ଏକ ଲମ୍ବା ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବାର କ୍ଷମତା ରଖିଥିଲା। ଦିଲ୍ଲୀରେ ଜାତୀୟ ସୁରକ୍ଷା ସମ୍ମିଳନୀ ୨.୦ କୁ ସମ୍ବୋଧିତ କରି ରାଜନାଥ ସିଂହ ପାକିସ୍ତାନକୁ ଅନ୍ତର୍ଜାତୀୟ ଆତଙ୍କବାଦର କେନ୍ଦ୍ର ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଆତଙ୍କବାଦର ମୂଳକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ଆବଶ୍ୟକ। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତର ନୀତି ଏବେ ଶୂନ୍ୟ ସହନଶୀଳତାର।
ଅପରେସନ ସିନ୍ଦୁର ସମୟରେ, ଆମେ ସେହି ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲୁ, ଯେଉଁଠାରୁ ଭାରତ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। କ୍ଷମତା ଅଭାବରୁ ଆମେ ଏହି ଅପରେସନକୁ ବନ୍ଦ କରିନାହୁଁ । ବରଂ ସ୍ୱେଚ୍ଛାକୃତ ଭାବରେ ଏହାକୁ ବନ୍ଦ କରିଛୁ।
Powered by Froala Editor