ତିନିରଥର ୪୨ ଚକ ପାଇଁ ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ
ପୁରୀ : ରଥଖଳାରେ ତିନିରଥର ୪୨ ଚକ ପାଇଁ ତୁମ୍ବଗୁଡ଼ିକରେ ଚାଲିଛି ବିନ୍ଧ ଖୋଦେଇ। ମଙ୍ଗଳବାର ତୁମ୍ବଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏହାପରେ ତୁମ୍ୱର ଉଭୟ ପାର୍ଶ୍ୱ ଅଖବିନ୍ଧ ଖୋଦେଇ ଆରମ୍ଭ କରାଯାଇଛି। ତିନି ରଥର ମୁଖ୍ୟ ମହାରଣା ଏଥିପାଇଁ ସୂତା ବାଡେଇ ଚିହ୍ନ ଦେଇଛନ୍ତି। ସେମାନଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ କରାଯାଉଛି। ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅରବିନ୍ଧ ନିକଟରେ କଣ୍ଟା ବସିବା ପାଇଁ ଅଗର ବିନ୍ଧ ଖୋଦେଇ ହେଉଛି। ତୁମ୍ବଗୁଡ଼ିକର ବଳକା ଅଂଶ ବାଦ ଦେବା ପାଇଁ ଘେରକଟା କାର୍ଯ୍ୟ କରତି ମହାରଣା କରୁଛନ୍ତି।
ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା କମାର ସେବକମାନେ ଅରକଣ୍ଟା ପ୍ରସ୍ତୁତ କରୁଛନ୍ତି। ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ଶେଷ ହୋଇଛି।
Powered by Froala Editor