ବିରଳ ଦୁଇମୁଣ୍ଡିଆ କଇଁଛ ଠାବ

ଆମେରିକାର ଏକ ସମୁଦ୍ର ଉପକୂଳରେ ବିରଳ ଦୁଇ ମୁଣ୍ଡିଆ କଇଁଛ ଦେଖିବାକୁ ମିଳିଛି । ବିଗତ ବର୍ଷ ଗୁଡିକରେ ମଧ୍ୟ ଆମେରିକାର ସାଉଥ କାରୋଲିନାରେ ଏଭଳି ଦୁଇ ମୁଣ୍ଡିଆ କଇଁଛ ଠାବ ହୋଇଥିଲା । ଏଥର ମଧ୍ୟ ଏହି ବରଳ କଇଁଛ ଦେଖିବାକୁ ମିଳିଛି । ଗୁଣସୂତ୍ର ପ୍ରକରଣ କାରଣରୁ କଇଁଛଟି ଦୁଇ ମୁଣ୍ଡିଆ ହୋଇଥିବା କୁହାଯାଉଛି। ସାଉଥ କାରୋଲିନା ସରକାରୀ ପାର୍କ ପକ୍ଷରୁ କୁହାଯାଇଛି ଯେ, ଏଡିଷ୍ଟୋ ବିଚ ଷ୍ଟେଟ ପାର୍କର ସମୁଦ୍ର କଇଁଛ ପାଟ୍ରୋଲ ଦଳ ସେମାନଙ୍କର ନିୟମିତ କଇଁଛ ଅଣ୍ଡାଦାନସ୍ଥଳଗୁଡିକ ସନ୍ଧାନ କରୁଥିବାବେଳେ ଏହି କଇଁଛଟିକୁ ବାଲି ଉପରେ ଧୀରେ ଧୀରେ ଚାଲୁଥିବା ଦେଖିବାକୁ ପାଇଥିଲେ। ଏହି କଇଁଛ ଉପରେ ଅଧିକ ରିସର୍ଚ ଜାରି ରହିଛି ।
Powered by Froala Editor