ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଗଭୀର ଘାଟିକୁ ଖସିପଡିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁଯାୟୀ ଦୁର୍ଘଟଣାଟି ସକାଳ ପ୍ରାୟ ୧୦ଟାରେ ଘଟିଥିଲା। ବସ୍ ଟି ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
Powered by Froala Editor