ଦୁଇ ଦନ୍ତା ଫେରିଲେ ଭରତପୁର ଜଙ୍ଗଲ
ଭୁବନେଶ୍ୱର: ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ। ଆଜି ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଦନ୍ତା ହାତୀମାନେ ଜଙ୍ଗଲକୁ ଫେରିଯାଇଛନ୍ତି। ଗତ ୩ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖର ଚଣ୍ଡି ପାହାଡରେ ଡେରା ପକାଇଥିଲେ । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ ଘଉଡ଼ାଇବା ପାଇଁ ଚନ୍ଦକା ବନଖଣ୍ଡ ନାଇଟ ଅପରେସନ କରିଥିଲା । ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ବନାଞ୍ଚଳ ରେଞ୍ଜ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା । ପାଣି ଟାଙ୍କି ପଟ ଘଞ୍ଚ ଜଙ୍ଗଲ ମଧ୍ୟରେ ଦନ୍ତା ଦୁଇଟି ଲୁଚି ରହିଥିଲେ । ସନ୍ଧ୍ୟା ୪ ଟାରୁ ‘ଅପରେସନ ଫେରେକଟା’ ଆରମ୍ଭ ହୋଇଥିଲା । ଦନ୍ତା ହାତୀମାନେ ଜଙ୍ଗଲକୁ ଫେରିଯାଇଛନ୍ତି।
Powered by Froala Editor