ସମ୍ବଲପୁରରେ ପ୍ରଥମ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !
ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ। ତେବେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିଥିଲେ। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପରିବାର ଲୋକେ ଏହା ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମବାସୀମାନେ ମଧ୍ୟ ଏହା ନିଶ୍ଚିତ ଭାବେ ଅଂଶୁଘାତ ଯୋଗୁଁଁ ମୃତ୍ୟୁ ହୋଇଛି ବୋଲି କହିଛନ୍ତି। ଏଣୁ ସରକାର ତାଙ୍କୁ ଉଚିତ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି।
Powered by Froala Editor