ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ସ୍କୁଲ୍ ଗାଡି
ଚିକିଟି : ଚିକିଟି ବ୍ଲକ କେ ନୂଆଗାଁ ଥାନା ଚିକିଟି ଗଡ଼ ଇଲେକ୍ଟ୍ରି ଅଫିସ ଛକଠାରୁ ଅଳ୍ପ ଦୂରରେ ଏକ ଟାଟା ମେଜିକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାନ୍ଦପୁର ଅଞ୍ଚଳରୁ ୧୨ ଜଣ ଓଏବି ପିଲାଙ୍କୁ ନେଇ ପିତାତଳି ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ଯାଇଛି। ଯାହାଫଳରେ ଚାଳକଙ୍କ ସମେତ ସମସ୍ତ ପିଲା ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମାତ୍ର ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ବିଜେଡି ଯୁବନେତା ସୁରେନ୍ଦ୍ର ମଣ୍ଡଳ ପହଞ୍ଚି ସମସ୍ତକୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
Powered by Froala Editor