ଭଗବାନ ଆମକୁ ସବୁକିଛି ଦେଇଛନ୍ତି: ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବଂ ତାଙ୍କ ପନôୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରେ ପହଞ୍ଚିବାରୁ ସମସ୍ତଙ୍କ ସମ୍ମୁଖରେ ଶିଳ୍ପା ତାଙ୍କ ଉପରେ ଖୁବ ବର୍ଷିଥିଲେ । ଶିଳ୍ପା କୁନ୍ଦ୍ରାଙ୍କୁ ପଚାରିଥିଲେ, ଆମ ପାଖରେ ସବୁକିଛି ଅଛି । ତା’ପରେ ବି ଏସବୁ କରିବା କ’ଣ ଦରକାର ଥିଲା? ଅଶ୍ଳୀଳ ଭିଡିଓ କେସରେ ରାଜ କୁନ୍ଦ୍ରା ଗିରଫ ହେବାପରେ ଶିଳ୍ପା ଖୁବ ଭାଙ୍ଗି ପଡ଼ିଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ବିଭିନ୍ନ କଥା ଶୁଣିବାକୁ ପଡ଼ୁଛି ଏବଂ ନାନା ପ୍ରଶ୍ନର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ ତାଙ୍କ ବାସଭବନକୁ ଯାଇଥିଲେ । ପୁଲିସ ତାଙ୍କ ଘର ତଲାସୀ ନେବା ସହ ଶିଳ୍ପାଙ୍କ ବୟାନ ରେକର୍ଡ କରିଥିଲା । ଶିଳ୍ପା ସ୍ୱାମୀଙ୍କୁ ଦେଖିବା ମାତ୍ରେ କାନ୍ଦି ପକାଇଥିଲେ ଏବଂ କ୍ଷୋଭରେ କହିଥିଲେ, ଭଗବାନ ଆମକୁ ସବୁକିଛି ଦେଇଛନ୍ତି ।
Powered by Froala Editor