ପୋଖରୀରେ ବୁଡି ଚାଲିଗଲା ୨ ନାବାଳିକାଙ୍କ ଜୀବନ
ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ କୁସପଡା ପଞ୍ଚାୟତ ପତାଣ୍ଡ ଗ୍ରାମରେ ମଙ୍ଗଳବାର ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୀନାନି ଦୋରା(୧୨)। ଏସ ପ୍ରାଞ୍ଜଳି ଦୋରା। ଏମାନେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ ଖସି ପୋଖରୀରେ ବୁଡି ଯାଇଥିଲେ। ଖବର ପାଇ ଦମକଳବାହିନୀର କର୍ମଚାରୀମାନେ ପୋଖରୀରୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor