ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା
ଖରାଦିନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ଦୋକାନ ବଜାରରେ ଆମ୍ବ ବିକ୍ରି ହେବା ଆରମ୍ଭ ହୋଇଛି। ସମୟ ସହିତ ବିଭିନ୍ନ କିସମର ଆମ୍ବ ମିଳିଥାଏ। ଯାହା ଆମ୍ବ ପ୍ରେମୀଙ୍କୁ ଖୁବ୍ ପସନ୍ଦ। ତେବେ ମାର୍କେଟରେ ଆମ୍ବ ଦାମ୍ କେଜି ୧୦୦ ଟଙ୍କାରୁ ଆରମ୍ଭ କରି ୪୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ମିଳିଥାଏ। ମାତ୍ର କେବେ ଏଭଳି ଆମ୍ବ ବିଷୟରେ ଶୁଣିଛନ୍ତି କି ଯାହାର ଦାମ୍ ଲକ୍ଷ ଲକ୍ଷ ଟଙ୍କା। ଆମ୍ବର ନାମ ହେଉଛି ମିୟାଜାକୀ ଆମ୍ବ। ଯାହାକୁ ‘ଏଗ୍ ଅଫ୍ ଦି ସନ୍’ ଅର୍ଥାତ୍ ସୂର୍ଯ୍ୟଙ୍କ ଅଣ୍ଡା ବୋଲି କୁହାଯାଏ।
ଏହି ଆମ୍ବ ନିଜର ସୁନ୍ଦରତା, ସ୍ୱାଦ ଓ ଆକାଶ ଛୁଆଁ ଦାମ୍ ପାଇଁ ସାରା ଦୁନିଆରେ ବେଶ ଜଣାଶୁଣା। ଜାଣନ୍ତୁ ଏହି ଆମ୍ବ ବିଷୟରେ..
ରିପୋର୍ଟ ଅନୁସାରେ ମିୟାଜାକୀ ଆମ୍ବ ମୁଖ୍ୟତଃ ଜାପାନର ମିୟାଜାକୀ ସହରରେ ଚାଷ କରାଯାଏ। ଏହି ଆମ୍ବକୁ ସାଧାରଣ ପଦ୍ଧତିରେ ଚାଷ କରାଯାଏ ନାହିଁ, ଏହାକୁ ଉତ୍ପାଦନ କରିବା କଷ୍ଟକର। ଆମ୍ବକୁ ଚାଷ କରିବା ସମୟରେ ପ୍ରତ୍ୟେକ ଚାଷୀଙ୍କୁ ଖୁବ୍ ଧ୍ୟାନ ଓ ଯତ୍ନ ଦେବାକୁ ପଡ଼ିଥାଏ। ଅନ୍ତର୍ଜାତୀୟ ବଜାରରେ ଏହି ଆମ୍ବର ଦାମ୍ ଲକ୍ଷ ଲକ୍ଷ ଟଙ୍କା।
ଏହି ଆମ୍ବ ଉପରେ ସିଧାସଳଖ ଖରା ପଡ଼ିବାକୁ ଦିଆଯାଏ। ଯାଦ୍ୱାରା ଏହାର ରଙ୍ଗ ଗଭୀର ଲାଲ କିମ୍ବା ହାଲୁକା ବାଇଗଣୀ ହୋଇଥାଏ।
ଏହି ଆମ୍ବର ଦାମ୍ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୨.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।
Powered by Froala Editor