ଭିନ୍ନ ଲୁକ୍ର ଆସୁଛନ୍ତି ଅଲ୍ଲୁ ଅର୍ଜୁନ
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନୂତନ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି। ‘ରାକା’ଚଳଚ୍ଚିତ୍ରର ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ପାଇଁ ଜନ୍ମଦିନ ଉପହାର ସ୍ୱରୂପ। ତାଙ୍କର ଭାଲୁ ପରି ନଖ ଏବଂ ଲୋମଶ ହାତ ଫିଲ୍ମକୁ ଆହୁରି ରହସ୍ୟମୟ କରିବା ସହ ପ୍ରଂଶସକଙ୍କ ଉତ୍କଣ୍ଠା ବଢାଇ ଦେଇଛି। ଫିଲ୍ମ ‘ରାକା’ ରେ ଅଲ୍ଲୁଙ୍କ ଚରିତ୍ର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭିନ୍ନ। ପୋଷ୍ଟର ସୂଚାଇ ଦେଉଛି ଯେ ଫିଲ୍ମର କାହାଣୀ ରୋମାଞ୍ଚକର । ପୋଷ୍ଟରରେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଆଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆକର୍ଷଣୀୟ ଏବଂ ଚମତ୍କାର ଲୁକ୍ ପ୍ରଦର୍ଶିତ କରିଛି। ଏହା ଆଟଲିଙ୍କ ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରଥମ ଫିଲ୍ମ। ଏହି ଫିଲ୍ମଟି ସନ୍ ପିକଚର୍ସ ଦ୍ୱାରା ନିର୍ମିତ ହେଉଛି ଏବଂ ଦୀପିକା ପାଦୁକୋନ ଏଥିରେ ନାୟିକା ଭାବେ ସାମ୍ନାକୁ ଆସିବେ। ଫିଲ୍ମ ‘ରାକା’ ପୋଷ୍ଟର ରିଲିଜ୍ ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରି ଦେଇଛନ୍ତି।
ଫିଲ୍ମର ପ୍ରଥମ ପୋଷ୍ଟରଟି ବହୁତ ରହସ୍ୟମୟ ଏବଂ ଆକର୍ଷଣୀୟ ଦେଖାଯାଉଛି। ପୋଷ୍ଟରରେ ଅଲ୍ଲୁଙ୍କ ଫଟୋ ପ୍ରକୃତରେ ଭୟଙ୍କର ଦେଖାଯାଉଛି। ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଲଣ୍ଡା ଅବସ୍ଥାରେ ଦେଖାଯାଇଛି।
Powered by Froala Editor