ଚାଇନାରେ ବ୍ୟାପିଲା ଡେଲଟା ପ୍ରକରଣ

ବେଜିଂ: ଚାଇନାରେ ପୁଣି କୋଭିଡ-୧୯ ବ୍ୟାପିବା ଆରମ୍ଭ ହୋଇଛି । ଏଥର ସେଠାରେ ଏହି ଭୂତାଣୁର ଡେଲଟା ପ୍ରକରଣକୁ ଚିହ୍ନଟ କରାଯାଇଛି । ଏହି କାରଣରୁ ଚାଇନାର ପୂର୍ବରେ ଥିବା ଜିଆଙ୍ଗସି ପ୍ରଦେଶର ରାଜଧାନୀ ନାନଜିଂ ସହରକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସହରରେ କଡା କୋଭିଡ କଟକଣା ଲାଗୁ କରାଯାଇଛି । ସେଠାରେ ଥିବା ସମସ୍ତ ଔଷଧ ଦୋକାନଗୁଡିକୁ ଆଣ୍ଟିପାଇରେଟିକ, କଫ, ଭୂତାଣୁ ନିରୋଧୀ ଏବଂ ଆଣ୍ଟିବାୟୋଟିକ ଔଷଧ ନାଗରିକଙ୍କୁ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । ସହରରେ ଥିବା ସମସ୍ତ ପ୍ରମୁଖ ହାସପାତାଳରେ ଜରୁରୀକାଳୀନ ବିଭାଗ ଏବଂ ଫିଭର କ୍ଲିନିକଗୁଡିକୁ ବାଦଦେଇ ଅନ୍ୟ ବିଭାଗଗୁଡିକୁ ଆସୁଥିବା ରୋଗୀମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ବିଭିନ୍ନ ଜନଗହଳି ସ୍ଥଳ ଏବଂ ଅଫଲାଇନ ତାଲିମ ସେବାଗୁଡିକୁ ବନ୍ଦ କରିଦିଆଯାଇଛି ।