ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
ଓଡ଼ିଆ ଶାଢି ପିନ୍ଧି ଓଡ଼ିଆ ଅସ୍ମିତାକୁ ସାରା ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି ମାଧୁରୀ ଦିକ୍ଷୀତ। ଓଡ଼ିଶାର ପାରମ୍ପରିକ ନବକୋଠି ଶାଢୀ ପିନ୍ଧି ଝଟକୁଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ। ଓଡ଼ିଆ ନବକୋଠି ଶାଢିର ଗୁଣ ବଖାଣିବା ସହ ଓଡ଼ିଆ ହସ୍ତତନ୍ତ ଶିଳ୍ପର ନିଖୁଣ କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମାଧୁରୀ ଦିକ୍ଷୀତ। ବାଇଗଣୀ ଓ ଗାଢ଼ ଗୋଲାପୀ ରଙ୍ଗର ଡିଜାଇନରେ ଏହି ଶାଢି ପ୍ରସ୍ତୁତ ହୋଇଛି। ଓଡ଼ିଶାର ଏହି ପାରମ୍ପରିକ ପାଟ ଶାଢ଼ୀ ପିନ୍ଧି ସେ ବେଶ୍ ଆକର୍ଷଣୀୟ ଲାଗୁଛନ୍ତି।
ଓଡ଼ିଆ ବୟନଶିଳ୍ପ ପରମ୍ପରାର ଗୁଣ ବଖାଣିବା ସହ ରେଶମ କପଡ଼ାରେ ଏହି କାରିଗରୀ ଆତ୍ମା ବୋଲି କହିଛନ୍ତି ମାଧୁରୀ। କାରିଗରୀରେ ବୁଣାକାରଙ୍କ ଧୈର୍ଯ୍ୟ ଓ କାହାଣୀ ପ୍ରଦର୍ଶିତ ହେଉଛି। ଏଭଳି ଏକ ସୁନ୍ଦର କାରିଗରିର ପ୍ରଚାର ପ୍ରସାର କରିବାର ସୁଯୋଗ ମିଳିଥିବାରୁ ଗର୍ବିତ ବୋଲି କହିଛନ୍ତି ମାଧୁରୀ।
ସୂଚନା ଯେ, ମାଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଘୋଷଣା କରାଯାଇଛି । ସେ ଦେଶବିଦେଶରେ ଓଡ଼ିଶା ହସ୍ତତନ୍ତର ଗୁଣାବଳୀ ବେଶ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି । ଯାହାକି ରାଜ୍ୟର ଖାଦି ବିଭିନ୍ନ ସ୍ଥାନରେ ପ୍ରସାରିତ ହେବାରେ ଲାଗିଛି ।
Powered by Froala Editor