ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ଶଶି ଥରୁର କେରଳ ମଲ୍ଲପୁରମ୍ ଜିଲ୍ଲାର ୱାଣ୍ଡୁରରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ଥିରୁବଲ୍ଲୀ ଚେଲ୍ଲିଥୋଡୁ ପୋଲ ନିକଟରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ତାଙ୍କ କାରକେଡ୍ କୁ ଅଟକାଇ ମାରପିଟ୍ କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିଛି। ଦୁଇଟି ଗାଡି ଜବତ କରିଛି।
ଶଶି ଥରୁର ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ମୋ ସୁରକ୍ଷାକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଁ ଚିନ୍ତିତ। ସେ ଏବେ ଠିକ୍ ଅଛନ୍ତି। ମୁଁ ଠିକ୍ ଅଛି। ମୋର ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ। ଏହି ବାଧାବିଘ୍ନ ଆଗରେ ମୁଁ ନଇଁବିନି। ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଭାବେ ପୂରଣ କରିଛି। ଆଗକୁ ବି ଏହି ଧାରା ଜାରି ରହିବ।
ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ ଘଟିଛି, ଯେଉଁଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି, ଯେତେବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।
Powered by Froala Editor