ଗରମ ଓ ଗୁଳୁଗୁଳି: ୪ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଅନୁଭବ ହେଲାଣି ଅସମ୍ଭାଳ ଖରା। ୪ ଦିନ ଗରମ ଓ ଗୁଳୁଗୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ସହ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଅଧିକ ଗୁଳୁଗୁଳି ଅନୁଭବ ହେଉଛି।
ସେହିପରି ଆସନ୍ତା ୪ ତାରିଖରୁ ୧୦ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହୋଇପାରେ। ୬ ରୁ ୧୦ ତାରିଖ ଯାଏ ଉପକୂଳ ଓଡିଶାରେ ବର୍ଷା ହୋଇପାରେ। ତେବେ ୬ ଓ ୭ ତାରିଖରେ ଅଧିକ ପରିମାଣରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୫ ତାରିଖରେ କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରୁ ଘଡଘଡି ସହ ବର୍ଷା ହୋଇପାରେ।
Powered by Froala Editor